ଅଶାନ୍ତ ହୋଇପଡିଛି ମାଲକାନଗିରି | ଅଙ୍ଗନବାଡି କେନ୍ଦ୍ରରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ମିଳିବା ଘଟଣା ପରଠୁ ଅଂଚଳରେ ଉତେଜେନା ଦେଖାଦେଇଛି | ଗତ ୧୩ ତାରିଖରେ ଚିତ୍ରକୋଣ୍ଡା ବ୍ଲକ୍‌ର ଧୂଳିପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଙ୍ଗିଣିଗୁଡ଼ା ଗାଁର ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଅଙ୍ଗନବାଡି କେନ୍ଦ୍ରରୁ ମିଳିଥିଲା | ବିଏସଏଫ ଯବାନ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ୧୫ ତାରିଖରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ପୋଲିସ ଉପରକୁ ଲୋକେ ଆକ୍ରମଣ କରିଥିଲେ | ସେପଟେ ଏହି ଘଟଣାକୁ କେନ୍ଦ୍ର କରି ଆନ୍ଧ୍ର ଓ ଓଡିଶାର ବହୁ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯନ୍ତାପାଇ ଠାରେ ସାପ୍ତାହିକ ହାଟ ଠାରେ ଏକତ୍ରିତ ହେବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ବେଳେ, ପୋଲିସ ଯୋଜନାକୁ ଭଣ୍ଡୁର କରି ୧୪୪ ଧାରା ଜାରି କରିଛି | ପୋଲିସ ଫୋର୍ସ ଙ୍କୁ ହାଇ ଅଲର୍ଟରେ ରଖାଯାଇଥିବା ବେଳେ, ଡାକ ବାଜି ଦ୍ୱାରା ଲୋକମାନଙ୍କୁ ତାଗିତ କରାଯାଇଛି | ଲୋକଙ୍କ ଉପରେ ନଜର ରଖିବା ପାଇଁ ଡ୍ରନ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି ।

LEAVE A REPLY

Please enter your comment!
Please enter your name here