ପୁରୀରେ ପୋଲିସର ଏନକାଉଣ୍ଟର. ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରଶ୍ମିରଞ୍ଜନ ପଣ୍ଡା ଓରଫ ଗୁଡ୍ଡୁ. ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଡ୍ଡୁ ଅନ୍ୟ ଜଣଙ୍କୁ ଗୁଳି କରିଥିଲା. ପରେ ଏହାକୁ କେନ୍ଦ୍ର କରି ପୋଲିସ ଗୁଡ୍ଡୁକୁ ଧରିବା ପାଇଁ ଚେଷ୍ଟା କରିଥିଲା. ମାତ୍ର ପୋଲିସ ଉପରକୁ ଗୁଡ୍ଡୁ ଗୁଳି ଚାଳନା କରିଥିଲା. ପୋଲିସ ମଧ୍ୟ ତାକୁ ପାଲଟା ଜବାବ ଦେଇଥିଲା. ଫଳରେ ଗୁଡ୍ଡୁର ଦୁଇଟି ଗୋଡରେ ଗୁଳି ବାଜିଥିଲା. ପରେ ତାକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ମାତ୍ର ଡାକ୍ତର ତାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ.

LEAVE A REPLY

Please enter your comment!
Please enter your name here