ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିସାଂ ଭିଆଇଛନ୍ତି ଲାଲବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗୀ ପଞ୍ଚାୟତ ଉପରଗୁମୁ ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଉପରଗୁମୁ ଗାଁର କପିଳ ମାଝୀ । ଲାଲବାହିନୀର ଟାର୍ଗେଟରେ ରହିଥିଲେ କପିଳ । ପୋଲିସ ଇନଫର୍ମର ସନ୍ଦେହ କରି ତାଙ୍କୁ ଟାର୍ଗେଟ କରାଯାଇଥିଲା । ଗତ ୨୦୨୧ ଜାନୁଆରୀ ୨୯ ତାରିଖରେ ମାଓବାଦୀ ଭଣ୍ଡରଙ୍ଗୀ ପଞ୍ଚାୟତର ଦୁଇ ଯୁବକଙ୍କୁ ଡାକିନେଇ ହତ୍ୟା କରିଥିଲେ । ସେହି ସମୟରୁ କପିଳଙ୍କୁ ଲାଲବାହିନୀ ଟାର୍ଗେଟ କରିଆସୁଥିଲେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here