ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍ । କୋଟିଏ ୧୧ ଲକ୍ଷ ଟଙ୍କାର ବି.ଏମ୍‌.ଡବ୍ଲ୍ୟୁ ଏକ୍ସ ସେଭେନ ସିରିଜର କାରକୁ ଠାବ କରିଛି ଭିଜିଲାନ୍ସ ଟିମ୍ । ସେହିପରି ହୁଣ୍ଡାଇ କ୍ରେଟା- ଯାହାର ମୂଲ୍ୟ ୧୭ ଲକ୍ଷ , ମାରୁତି ବଲେନୋ କାର୍‌, ସେଭ୍ରୋଲେ ଟ୍ରେଲବ୍ଲେଜର କାର, ସ୍ପୋର୍ଟସ ବାଇକ୍ , ଟ୍ରାଇମ୍ପ ରକେଟ ଥ୍ରି-ଆର୍ ଯାହାର ଦାମ୍ ୨୦ ଲକ୍ଷ । ୫ ଲକ୍ଷ ୩୦ ହଜାର ଟଙ୍କାର ଜିଟିଆର-୨୫୦ ହୋସୁଙ୍ଗ ବାଇକ୍ । ରୟାଲ ଏନଫିଲ୍ଡ କ୍ଲାସିକ୍ ୧ ଲକ୍ଷ ୭୫ ହଜାର ଭଳି ଦାମୀ ବାଇକ୍ ତାଙ୍କ ପାଖରେ ଥିଲା । ଏସବୁ ଦାମୀ ଗାଡିକୁ ସେ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ବ୍ୟବହାର କରୁଥିବା ସୂଚନା ମିଳିଛି । ଏହିସବୁକୁ ମିଶାଇଲେ ପାଖାପାଖି ୨କୋଟି ଟଙ୍କାର କାର୍ ଓ ଗାଡି ତାଙ୍କ ପାଖରେ ଥିବା ଭିଜିଲାନ୍ସ ସୂଚନା ଦେଇଛି । ତ୍ରିନାଥ ମିଶ୍ରଙ୍କ ସଉକ କେବଳ ନାମୀ ଗାଡିରେ ନୁହେଁ ଗାଡି ନମ୍ବର ବି ଥିଲା । ସବୁ ଗାଡିର ନମ୍ବର ୦୦୦୫ ରହିଛି । ଆଜିର ଚଢାଉରେ ସାଢେ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି ।

LEAVE A REPLY

Please enter your comment!
Please enter your name here