ନନ୍ଦନକାନନରେ ଆଉ ଶୁଣିବାକୁ ମିଳିବନି ପ୍ରିୟଙ୍କାର ଗର୍ଜନ । ଦେଖିବାକୁ ମିଳବନି ସେଇ ଭୟଙ୍କର ଚେହେରା । ନନ୍ଦନକାନନରେ ଆଉ ଏକ ବାଘୁଣୀର ଆଜି ମୃତୁ୍ୟ ହୋଇଛି । ବୟଷ୍କ ହୋଇ ଯାଇଥିବା ବାଘୁଣୀ ପ୍ରିୟଙ୍କା ସୋମବାର ସକାଳ ୧୦ଟା ୩୦ରେ ପ୍ରାଣ ହରାଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ଦୁଇ ବର୍ଷ ହେଲା ପ୍ରିୟଙ୍କା ଅସୁସ୍ଥ ଥିଲା । ତାର ରୀତିମତ ଚିକିସôା ଜାରି ରହିଥିଲା । ପ୍ରିୟଙ୍କାର ମୃତୁ୍ୟ ପରେ ନନ୍ଦନକାନନର ପ୍ରାଣୀ ଉଦ୍ୟମରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି । ପ୍ରିୟଙ୍କା ୨୦୦୦ମସିହା ମାର୍ଚ୍ଚରେ ଜନ୍ମ ଗ୍ରହଣ କରିଥିଲା ।

LEAVE A REPLY

Please enter your comment!
Please enter your name here