ଭୁବନେଶ୍ୱର, ଡିସେମ୍ବର ୧: ଦକ୍ଷିଣ – ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି
ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା
ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି ।
ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେଏହି
ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ିମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା
ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି
ବୁଲେଟିନ୍ ପ୍ରକାଶ କରିଛି ।
ପରବର୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ
ଉପକୂଳରେ ଗତି କରିବା ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ
ଗଞ୍ଜାମ୍‌ରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି । ଏଥି ସହିତ ଏହି
ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା
ସିଇସି କହିଛି ।
ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା
ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତୀ
ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା
ରହିଥିବା ସିଇସି କହିଛି ।

LEAVE A REPLY

Please enter your comment!
Please enter your name here