ରାଜ୍ୟସ୍ତରୀୟ ବାର୍ଷିକ କୃଷକ ସମ୍ମେଳନ 2019 ମଙ୍ଗଳବାରଠୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେଉଛି. ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିର ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କୃଷକ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ଜାନୁୟାରୀ 15ରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମେଳନରେ ବିଭିନ୍ନ ପ୍ରକାର ସେମିନାର, କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ମାଛର ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା ହେବ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି.

LEAVE A REPLY

Please enter your comment!
Please enter your name here