ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ଗତକାଲି ମୋଟୁରୁ ତାଙ୍କ ଘର ନଖରା ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଯାଞ୍ଚ କରିଥିଲା । ଗାଡି ଭିତରୁ 2 ଲକ୍ଷ 80 ଟଙ୍କା କ୍ୟାସ ମିଳିଥିଲା ଏବଂ ଏହି ଟଙ୍କା ସେ କେଉଁଠୁ ଆଣିଲେ, ସେସଂପର୍କରେ କିଛି ସଠିକ୍ ତଥ୍ୟ ଦେଇପାରି ନଥିଲେ । ଭିଜିଲାନ୍ସ ଟିମ୍ ତାଙ୍କ ନଖରାସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା । ଘରୁ ଏକ ସେଲ୍ ଡିଡ୍ ମିଳିଥିଲା । ନିକଟରେ ସେ ତାଙ୍କ ପତ୍ନୀଙ୍କ ନାଁରେ ଜମି କିଣିତିଲେ । ଯାହାର ମୂଲ୍ୟ 24 ଲକ୍ଷ 90 ହଜାର ଟଙ୍କା ।

ଭିଜିଲାନ୍ସ ସୁଶାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here