ଲଗାତାର ଭାବରେ ବଢି ଚାଲିଛି ପେଟ୍ରୋଲ , ଡିଜେଲ ଦର । ଦେଶରେ ଆଜି ପେଟ୍ରୋଲ , ଡିଜେଲ ଦର ଲିଟର ପିଛା ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବଢିଛି । ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୬୫ ପଇସା, ଡିଜେଲ ଲିଟର ୯୮ ଟଙ୍କା ୪୨ ପଇସାରେ ପହଁଞ୍ଚିଲାଣି । ଗତ ୧୦ ଦିନରେ ୯ ଥର ବଢିଲାଣି ତୈଳ ଦର । ଆଗକୁ ଆହୁରି ପେଟ୍ରୋଲ , ଡିଜେଲ ଦର ବଢିବ ବୋଲି ବିଶେଷଗ୍ୟମାନେ କହୁଛନ୍ତି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୨୧ ପଇସା ରହିଛି ଏବଂ ଡିଜେଲ-୧୦୩ ଟଙ୍କା ୮୦ ପଇସାରେ ପହଁଞ୍ଚିଛି । ସମ୍ବଲପୁରରେ ପେଟ୍ରୋଲ-୧୦୯.୩୩ , ଡିଜେଲ-୯୯.୧୦ । ବାଲେଶ୍ୱରରେ ପେଟ୍ରୋଲ ୧୦୮.୬୦, ଡିଜେଲ-୯୮.୩୯ । ରାଉରକେଲାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୪ ପଇସାରେ ବିକ୍ରୀ ହେଉଥିବାବେଳେ ଡିଜେଲ ୯୯ ଟଙ୍କା ୫୦ ପଇସାରେ ବିକ୍ରୀ ହେଉଛି । ତେଲ ଦର ବଢୁଥିବା ଦେଖି ହନ୍ତସନ୍ତ ସାଧାରଣ ଜନତା ।

LEAVE A REPLY

Please enter your comment!
Please enter your name here