ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ହୀରାଖଣ୍ଡ ଏକ୍ସପ୍ରେସ । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ହୋଇଥିଲା । ତେବେ ଟ୍ରାକ ପାଖରେ ଥିବା ସିଗନାଲ ମ୍ୟାନ ଏହା ଦେଖି ରେଳ ବିଭାଗକୁ ସୂଚନା ଦେଇଥିଲେ। ଫଳରେ ମଙ୍ଗଳବାର ଭୋର ୬ଟା ବେଳେ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍କକୁ ସିଙ୍ଗାପୁର ରୋଡ଼ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଫଳରେ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ଏହାପରେ ରେଳ ଧାରଣା ମରାମତି ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନ୍‌ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି ।

LEAVE A REPLY

Please enter your comment!
Please enter your name here