ରାଷ୍ଟ୍ରିୟ ସମ୍ମାନ ସହ ରଜତ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ । ଗତକାଲି ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ହୃଦଘାତରେ ପରଲୋକ ଘଟିଥିଲା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଭଞ୍ଜ ସାହିତ୍ୟର ବିଶିଷ୍ଟ ବାଖ୍ୟାକାର ଥିଲେ ରଜତ କର । ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା । ଜଗନ୍ନାଥ ସଂସ୍କୃତି ଏବଂ ଜଗନ୍ନାଥଙ୍କ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି ସେ । ଦୀର୍ଘବର୍ଷ ଧରି ରେଡିଓ ଏବଂ ଟିଭିିରେ ଜଗନ୍ନାଥ ସଂସ୍କୃତି ବିଷୟରେ ସେ ଧାରା ବିବରଣୀ କରନ୍ତି । ଗତବର୍ଷ ନଭେମ୍ବରରେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁୂ ମିଳିଥିଲା ପଦ୍ମ ସମ୍ମାନ ।

LEAVE A REPLY

Please enter your comment!
Please enter your name here