ରାଜ୍ୟରେ କରୋନାରେ ଆଉ ୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର , ବଲାଙ୍ଗୀର, କଟକ, ଗଜପତି ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାର ୨ ମୃତକ ୭୩ ଏବଂ ୬୮ ବର୍ଷୀୟ ହୋଇଥିବାବେଳେ ସୁନ୍ଦରଗଡର ୨ ମୃତକ ୬୫ ଏବଂ ୫୧ ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରର ୭୦ , କଟକର ୩୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗଜପତିର ୫୬ ଏବଂ ବାଲେଶ୍ୱରର ୫୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ମୃତକ ଜଣକ ୫୫ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ରାଜ୍ୟରେ ଆଜି ୨୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୨୪୭ , ଗଞ୍ଜାମରୁ ୨୧୨, ରାୟଗଡାରୁ ୧୭୭, ମୟୂରଭଞ୍ଜରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୨୯, କୋରାପୁଟରୁ ୧୭୪, ମାଲକାନଗିରିରୁ ୧୦୧, ନୟାଗଡରୁ ୧୦୩ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୦୮ ଥିବାବେଳେ ଲୋକାଲ କେସ୍ ରହିଛି ୧୦୪୪ । ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୮୪, ୨୩୧ କୁ ବୃଦ୍ଧି ପାଇଛି । କରୋନାରୁ ୫୬୯୨୪ ଜଣ ସୁସ୍ଥ ହୋଇଥିବାବେଳେ ୨୬୮୨୬ ଆକ୍ଟିଭ୍ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here