ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ମାତ୍ର ହସପିଟାଲ ଗଲାବେଳକୁ ଆଡମିସନ ପାଇଁ ହସପିଟାଲ କର୍ତ୍ତୃପକ୍ଷ ନାନା କଥା କହୁଛନ୍ତି । କିଏ କୋଭିଡ ଟେଷ୍ଟ ରିପୋର୍ଟ ମାଗୁଛି ତ ଆଉ କେହି ପରିଚୟ ପତ୍ର । ଏମିତି ଅସୁବିଧା ଭିତରେ ଅନେକ ରୋଗୀ ମେଡିକାଲରେ ଆଡମିସନ ନେଇପାରୁନାହାଁନ୍ତି । ସେଥିପାଇଂ ଆଜି କେନ୍ଦ୍ର ସରକାର ମେଡିକାଲରେ ଆଡମିସନ ପାଇଁ କୌଣସି ରିପୋର୍ଟ ଆବଶ୍ୟକ ନାହିଁ ବୋଲି କହିଛନ୍ତି । କୋଭିଡ ନିୟମରେ ପରିବର୍ତ୍ତନ ଆଣିଛନ୍ତି । କୌଣସି ରୋଗୀଙ୍କୁ ବାହାନା ଦେଖାଇ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏପରିକି ଯେକୌଣସି ସହରର ହୋଇଥିଲେ ବି ମେଡିକାଲରେ ଆଡମିସନ କରାଯାଇପାରିବ । ଯଦି ଜଣେ ରୋଗୀ ପାଇଁ ଚିକିତ୍ସା ଆବଶ୍ୟକ, ତେବେ ବିନା ଦ୍ବିଧାରେ ତାଙ୍କୁ ହସପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦେବା ହସପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here