ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୪୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୪୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି । ୧୮୨୩ । କରୋନାରୁ ସୁସ୍ଥ ହେଲେଣି ୧,୫୭, ୨୬୫ ଏବଂ ଆକ୍ଟିଭ୍ କେସ୍ ରହିଛି ୩୮,୮୧୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୬୭, ପୁରୀ-୨୦୩, ଜଗତସିଂହପୁର-୧୯୩, ଝାରସୁଗୁଡା-୧୭୪, ଷ୍ଟେଟ୍ ପୁଲ୍ -୧୬୪, ବାଲେଶ୍ୱର-୧୬୨, ଅନୁଗୁଳ-୧୫୫, ଯାଜପୁର-୧୫୧, ନବରଙ୍ଗପୁର ଓ କନ୍ଧମାଳରୁ ୧୪୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୬ ଜଣଙ୍କର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ଜୀବନ ଯାଇଥିବାବେଳେ ପୁରୀରୁ ୪ ଜଣ ଆଖି ବୁଜିଛନ୍ତି । କେନ୍ଦ୍ରାପଡାରୁ ୨, ବଲାଙ୍ଗିର, ମୟୂରଭଞ୍ଜ, ନୟାଗଡ, ସୁବର୍ଣ୍ଣପୁର, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here