ଘର ଭିତରେ ସୁଅ ଛୁଟାଇ ଲହଡୀ ମାରୁଛି ଅମାନିଆ ବନ୍ୟାପାଣି । ରାତି ଅଧରେ ହଠାତ ବନ୍ୟାପାଣି ଘରେ ପଶିଯିବାରୁ ଭାସୁଛି ସବୁ ଆସବାବ ପତ୍ର । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବୁଢାମରା ଗାଁର ଦୃଶ୍ୟ । ୧୦୦ରୁ ଉର୍ଦ୍ଧ ଘର ଏବେ ଜଳବନ୍ଦୀ । ଗାଁ ଭିତରେ ନୂତନ ଭାବେ ତିଆରି ହେଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପୋଲ ନିର୍ମାଣ ନ ହେଇଥିବାରୁ ବର୍ଷାଜଳ ନିଷ୍କାସିତ ହେଇପାରିନାହିଁ। ଯୋଉଥିପାଇଁ ଶତାଧିକ ଘର ଏବେ ଜଳବନ୍ଦୀ। ଘରେ ଥିବା ରୋଗୀ ଓ ବୁଢାବୁଢ଼ୀ ମାନଙ୍କ ଅବସ୍ଥା ନ କହିଲେ ଭଲ । ଗାଁ ଭିତରେ ନିର୍ମାଣ ହେଇଥିବା ଡ୍ରେନ ଅତି ନିମ୍ନମାନର ହେଇଥିବାରୁ ବର୍ଷା ଜଳ ନିଷ୍କାସନ ହେଇପାରୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସେପଟେ ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମରେ ଆଜି ଖୋଲିଛି୨ଟି ଗେଟ୍ । ଜଳଭଣ୍ଡାର ସର୍ବାଧିକ କ୍ଷମତା ୧୫ ଶହ ୧୪ ଫୁଟ ଥିବାବେଳେ ବର୍ତ୍ତମାନ ୧୪ ଶହ ୯୨ ଫୁଟ ଜଳ ରହିଛି । ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬୦୦୦ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି । ସେହିପରି ହୀରାକୁଦରେ ଖୋଲିଛି ଆଉ ୭ଟି ଗେଟ୍ । ୧୪ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାଷିତ ହେଉଛି । ୨ଦଶମିକ ୨ ଲକ୍ଷ କୁ୍ୟସେକ୍ ଜଳ ନିଷ୍କାଷିତ ହେଉଛି । ହୀରକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଏବେ ଜଳସ୍ତର ୬୨୦ ଦଶମିକ ୮,୫ ଫୁଟ ରହିଛି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଫୁଲୁଛି ବାଲେଶ୍ୱର ଜଳକା ନଦୀ । ମଥାନୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ । ମଥାନୀ ନିକଟରେ ଜଳକା ନଦୀର ବିପଦ ସଙ୍କେତ ୫ ଦଶମିକ ୫ ମିଟର ଥିବାବେଳେ ଜଳସ୍ତର ରହିଛି ୬ ଦଶମିକ ୪ ମିଟର । ବିପଦ ସଙ୍କେତ ୬ ଦଶମିକ ୭,୫ ମିଟରରେ ପହଁଞ୍ଚିଲେ ଗାଁ ଗାଁରେ ପାଣି ପଶିବ । ବନ୍ୟାପାଣି ଆସିବା ଦ୍ୱାରା ବାଲେଶ୍ୱର ବସ୍ତା ଓ ସଦର ବ୍ଲକ ପ୍ରଭାବିତ ହେବ । ଏନେଇ ଆତଙ୍କିତ ଅବସ୍ଥାରେ ଲୋକେ ।

LEAVE A REPLY

Please enter your comment!
Please enter your name here