କଳାହାଣ୍ଡି ଜିଲ୍ଲା ଏକ ଆଦିବାସି ବହୁଳ ଅଞ୍ଚଳ । କିନ୍ତୁ ଏଠାରେ ଆଦିବାସି ପରମ୍ପରା ଓ ସଂସ୍କୃୁତିରେ ଦେଖିବାକୁ ମିଳେ ଭିନ୍ନ ପୂଜାର୍ଚ୍ଚନା । ପ୍ରତିବର୍ଷ କୋକୋସରା ବ୍ଲକ ଅନ୍ତର୍ଗତ ଗୋତେମୁଣ୍ଡା ଠାରେ ରଥଯାତ୍ରା ପାଳନ କରାଯାଇଥାଏ । ପରେ ବାହୁଡାଯାତ୍ରା ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ପୂର୍ବରୁ ଏହି ଗାଁରେ ବାହୁଡା ଯାତ୍ରା ଦିନ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ପାଳନ କରାଯାଏ । କିନ୍ତୁ ଗ୍ରାମରେ ଜଣେ ବୈରାଗି ସଂମ୍ପ୍ରଦାୟର ଲୋକ ଛତିଶଗଡ ରାଜ୍ୟର ବରଗାଁ ଠାରୁ ଜଗନ୍ନାଥଙ୍କ ବିଗ୍ରହକୁ ଆଣି ଗୌନ୍ତିଆଙ୍କ ଆଦେଶରେ ମନ୍ଦିରରେ ସ୍ଥାପନ କରିଥିଲେ । ସେହିଦିନ ଠାରୁ ଏହି ପରମ୍ପରା ଚାଲିଆସୁଛି । ଦେବାଦେବିଙ୍କ ଲାଠି ଏକତ୍ରିତ ହେବା ପରେ ପଟୁଆରରେ କାଳିସିଙ୍କ ସହ ଝୁଲିଝୁଲି ମାଉସି ମାଙ୍କ ମନ୍ଦିରରେ ପହଁଞ୍ଚିଥାନ୍ତି ତିନି ଠାକୁର । ବାହୁଡା ଦିନ ଦେବାଦେବୀଙ୍କ ଗହଣରେ ମହା ଆଡମ୍ବରରେ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥାନ୍ତି ତିନି ଦିଅଁ । ବାହୁଡାଯାତ୍ରା ଦେଖିବାକୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।

LEAVE A REPLY

Please enter your comment!
Please enter your name here