ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଗତ କିଛି ଦିନ ଧରି ଚାଲିଥିବା ହାଇଭୋଲ୍ଟେଜ ପ୍ରଚାର ପରେ କାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦେଶର ୧୪ ରାଜ୍ୟର ୧୧୬ ଲୋକସଭା ଆସନରେ ହେବ ଭୋଟିଂ । ଓଡିଶାରେ ୬ ଲୋକସଭା ଓ ୪୨ ବିଧାନସଭାରେ ହେବ ଭୋଟ ଗ୍ରହଣ । ୪୧୭ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ବୁଥ୍ ଗୁଡିକରେ ପୋଲିଂ ପାର୍ଟି ପହଁଞ୍ଚିଛନ୍ତି । ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here