ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ନଗ୍ନ ଫଟୋ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ପବିତ୍ରପୁର ଅଞ୍ଚଳର ଜଣେ କଲେଜ ପଢୁଆ ଛାତ୍ରୀଙ୍କର ସେହି ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଛାତ୍ର ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଛାତ୍ରୀଙ୍କ ନଗ୍ନ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ପରେ ଯୁବତୀ ଜଣକ ନିଜ ନଗ୍ନ ଫଟୋ ଭାଇରାଲ ହେବା ଜାଣିବା ପରେ ସେହି ଯୁବକ ନାମରେ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଛି । ପାଲଲହଡା ପୋଲିସ ସୁନୀଲ ମହାନ୍ତକୁ ଗିରଫ କରିଛି । ତଦନ୍ତକାରୀ ଅଧିକାରୀ ପାଲଲହଡା ଏସ.ଡି.ପି.ଓ. ଯଶୋବନ୍ତ ସାମଲ ଥାନା କେଶ ନମ୍ବର ୯୯/୧୯ ଧାରା ୩୭୬ ଏବଂ ଏସ.ସି. ଏବଂ ଏସ.ଟି. ଆକ୍ଟରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here