ବର୍ତ୍ତମାନ ହକି ବିଶ୍ୱକପ୍ କୁ ନେଇ ଚାରିଆଡେ ମାହୋଲ ସରଗରମ ରହିଛି ଏବଂ ଏହା ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟୀତ ହୋଇସାରିଛି ପୁରୁଷ ହକି ବିଶ୍ୱକପ୍ ଏବଂ ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଏହାର ଦ୍ୱିତୀୟ ଉଦଘାଟନୀ ଉତ୍ସବ ଆରମ୍ଭ ହେବ. ତେବେ ଦ୍ୱିତୀୟ ଉଦଘାଟନୀ ଉତ୍ସବରେ ଦବଙ୍ଗ ଖାନ୍ ସଲମାନ ଆସିବା ନେଇ ଚର୍ଚ୍ଚା ହେଉଥିଲା ସତ ମାତ୍ର ତାଙ୍କ ଆସିବାକୁ ନେଇ ସମସ୍ତେ ଦ୍ୱନ୍ଦ ଭିତରେ ଥିଲେ. ମାତ୍ର ଆଜି ଏହା ସ୍ପଷ୍ଟ ହୋଇଛି. ସଲମାନ ନିଜେ ମିଲେନିୟମ ସିଟି କଟକ ଆସିବେ ବୋଲି ଏକ ଭିଡିଓ ସୁଟ କରି ଟ୍ୱିଟରରେ ପୋଷ୍ଟ କରିଛନ୍ତି. ଏବେ ଏହି ଖବର ପ୍ରକାଶ ପାଇବା ପରେ ସଲମାନଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି. ଦେଖିବାକୁ ବାକି ରହିଲା ବାରବାଟୀରେ ଦବଙ୍ଗ ଖାନ୍ ଓ ଏଆର ରେହମାନ କିପରି ନିଜ ଫ୍ୟାନ ମାନଙ୍କୁ ମତୁଆଲା କରୁଛନ୍ତି.

 

LEAVE A REPLY

Please enter your comment!
Please enter your name here