ଡିସେମ୍ବର 4 ତାରିଖରେ ହେବାକୁ ଥିବା ଭାରତୀୟ ନୌସେନା ଦିବସ ଅବସରରେ ଆଜିର ଯୁବପିଢୀଙ୍କୁ ଭାରତୀୟ ନୌସେନାରେ ଯୋଗ ଦେବା ଓ ସେଥିପାଇଁ ଅଧିକ ପ୍ରୋତ୍ସାହିତ କରିବାକୁ ପାରାଦ୍ୱୀପ ବନ୍ଦରରେ ଲାଗିଛି ଯୁଦ୍ଧ ଜାହାଜ ଆଇଏନଏସ ‘ସୁମେଧା’ ଓ ଆଇଏନଏସ ‘ତିହାୟୁ’. ତେବେ ଏହାକୁ ସାଧାରଣ ଲୋକ ଓ ସ୍କୁଲ ପିଲା ଦେଖିବାର ବ୍ୟବସ୍ଥା କରାଯାଇଛି. ମଙ୍ଗଳବାରଠାରୁ ଆରମ୍ଭ କରି 15 ଦିନ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ଏହାକୁ ପରିଦର୍ଶନ କରିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି. ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ନୌସେନା ପ୍ରତି ଆଗ୍ରହ ସୃଷ୍ଟି କରାଇବା ଓ ସେମାନଙ୍କୁ ଏହାର ବିଶେଷତ୍ୱ ତଥା ଦେଶର ସୁରକ୍ଷା ସଂପର୍କରେ ଅବଗତ କରାଇବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ.

LEAVE A REPLY

Please enter your comment!
Please enter your name here