ଓଡିଶାର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ମାର୍ଗଦର୍ଶକ ଶ୍ରୀ ଗଗନ ଗୁରୁଜୀଙ୍କୁ ଇଣ୍ଡୋନେସିଆର ଭୂମିରତ୍ନ ଅନ୍ତର୍ଜାତୀୟ ପୁରସ୍କାର ତଥା ଇଣ୍ଡୋ ବାଲିନିଜ୍ ସାଂସ୍କୃତିକ ମହୋତ୍ସବରେ ‘ବିଶ୍ବ ଗୌରବ’  ସମ୍ମାନରେ ସମ୍ମାନୀତ କରାଯିବ.  ବାଲି ଆର୍ଟ ସେଣ୍ଟରରେ ଆସନ୍ତା ଜାନୁଆରୀ 13 ତାରିଖରେ ଆୟୋଜିତ ମହୋତ୍ସବରେ ବାଲି ରାଜା ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବେ. ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଓ ୟାସନ ଧର୍ମ ସଂସ୍ଥାପନମ୍ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ଶ୍ରୀ ଗଗନ ଗୁରୁଜୀଙ୍କ ସମେତ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟନାଣ୍ଟ ଜେନେରାଲ ଆଇ. ଓୟାନମିଧୋ ଓ ବାଲି ରାଜ୍ୟପାଳ ଆଇ ମେଦ୍ ମାଙ୍ଗକୁ ପାସ୍ତିକାଙ୍କୁ ମଧ୍ୟ ବିଶ୍ବ ଗୌରବ ସମ୍ମାନରେ ସମ୍ମାନୀତ କରାଯିବ. ଏହି ଅବସରରେ ଶ୍ରୀ ଗଗନ ଗୁରୁଜୀ ହିନ୍ଦୁ ସଂସ୍କୃତି ଓ ରାମାୟଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବେ. ସୂଚନାଯୋଗ୍ୟ, ଶ୍ରୀ ଘଗନ ଗୁରୁଜୀ ଦୀର୍ଘବର୍ଷ ଧରି ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଲୋକଙ୍କୁ ମାର୍ଗଦର୍ଶନ କରିଆସୁଛନ୍ତି.

LEAVE A REPLY

Please enter your comment!
Please enter your name here