ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ  ଉଦଘାଟିତ ହୋଇଛି 5 ଦିନ ଧରି ଚାଲିବାକୁ ଥିବା  କୋଣାର୍କ ଉତ୍ସବ. 29ତମ କୋଣାର୍କ ଉତ୍ସବକୁ ଉଦଘାଟନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା. ପରେ ମନ୍ତ୍ରୀ ଶ୍ରୀ ପଣ୍ଡା କୋଣାର୍କର କଳା, ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ବିଷୟରେ କହିଥିଲେ ଏବଂ  ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପାଦଦେଶରେ ଏଭଳି ଉତ୍ସବ ଆୟୋଜନ ହେବା ନିଶ୍ଚିତ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ. ତେବେ  ହକି ବିଶ୍ୱକପ୍ ସମୟରେ କୋଣାର୍କ ଉତ୍ସବ ଆୟୋଜନ ହେବାର ଅର୍ଥ ଅଧିକରୁ ଅଧିକ  ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବା. କୋଣାର୍କ ଉତ୍ସବ ଉଦଘାଟନୀ ସମାରୋହରେ ବିଧାୟକ ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁରେନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପୂର୍ବତନ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here