ଦିନକୁ ଦିନ ଉଗ୍ର ରୂପ ନେଉଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶା ପରେ ଏବେ ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି । ଆନ୍ଦୋଳନ ଯୋଗୁଁ ୪ଟି ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ୨ ଟି ଟ୍ରେନ୍‌ ଆଂଶିକଭାବେ ବାତିଲ ହୋଇଛି । ସେହିପରି ୪ଟି ରେଳର ଗତିପଥ ବଦଳାଯାଇଥିବା ସୂଚନା ମିଳିଛି । ଏହି ଆନେ୍ଦାଳନକୁ ତିନି ପ୍ରମୁଖ ରାଜନୈତିକ ଦଳ ସହିତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here