ଝାରସୁଗୁଡା ବନହରପାଲିର ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ୧୫ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ୧୩୨୦ ମେଗାୱାଟ୍ ତାପଜ ବିଦ୍ୟୁତ ଉତ୍ପାଦନ କରିବ । ବିଜୁଳି ଉତ୍ପାଦନରେ ଓଡିଶା ଇତିହାସ ରଚିଛି । ରାଜ୍ୟର ସମସ୍ତ ଗାଁର ଘରେ ଘରେ ବିଜୁଳିପହଁଚି ପାରିଛି । ଏହାପରେ ପଟ୍ଟନାୟକ ଭିଡିଓ କନଫେରସ ମାଧ୍ୟମରେ  ସୁନ୍ଦରଗଡ ଜିଲ୍ଲାର ମନୋହରପୁରର କୋଇଲା ଖଣି ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here