ଦେଶର ୧୭ଟି ଆଇକନିକ୍‌ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସାମିଲ କରାଯିବାକୁ ରାଜ୍ୟ ବିଜେପି ଅଣ୍ଟା ଭିଡ଼ିଛି । ଏ ନେଇ ରାଜ୍ୟ ବିଜେପିର ସମସ୍ତ ସାଂସଦ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି । ଚଳିତ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍‌ ଘୋଷଣା । ଏହି ସମସ୍ତ ୧୭ଟି ପର୍ଯ୍ୟଟନ କ୍ଷେତ୍ରୁ ଆଇକନିକ୍‌ ପର୍ଯ୍ୟଟନ ସ୍ଥଳୀରେ ସାମିଲ କରାଯାଇଛି । କିନ୍ତୁ ଓଡ଼ିଶାର କୌଣସି ବି ସ୍ଥାନକୁ ଏଥିରେ ରଖାଯାଇ ନାହିଁ । ଯେଉଁଥିପାଇଁ ବିଜେପି ସାଂସଦ ଦଳ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହା ସହିତ ଆକର୍ଷଣୀୟ ମନ୍ଦିର ମାଳିନୀ ସହର ଭୁବନେଶ୍ୱର, ରଘୁରାଜପୁରର ହସ୍ତଶିଳ୍ପ ଓ ଚିଲିକା ଓଡ଼ିଶାର ବିକାଶ ପାଇଁ ଏକ ଆକର୍ଷଣୀୟ ପ୍ରସ୍ତାବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ଲୋକସଭା ସାଂସଦ ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଙ୍ଗୀତା କୁମାରୀ ସିଂହଦେଓ, ନିତୀଶ ଗଙ୍ଗଦେବ ଓ ବିଶେଶ୍ୱର ଟୁଡୁ ପ୍ରମୁଖ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here