ଆସନ୍ତା ସେପ୍ଟେମ୍ବର୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲୁଛି ଲିଙ୍ଗରାଜଙ୍କ ମନ୍ଦିର । ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ମାର୍ଗଦର୍ଶିକା ଜାରି କରିଛି ବିଏମସି । ପ୍ରତ୍ୟେକ ଦର୍ଶନାର୍ଥୀ ୨ଟି ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ । ଗର୍ଭଗୃହରେ ଦର୍ଶନ କରିବାକୁ ସମ୍ପୂୂର୍ଣ୍ଣ ବାରଣ କରାଯାଇଛି । ଥରକେ ଶହେ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାକୁ ମିଳିବ ଅନୁମତି । ସେବାୟତମାନେ ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ । ପ୍ରତ୍ୟେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ମାନିବା ଜରୁରୀ । ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ, ୧୮ ବର୍ଷରୁ କମଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା । ନିୟମ ପାଳନରେ ତ୍ରୁଟି ହେଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର ହେବ ।

LEAVE A REPLY

Please enter your comment!
Please enter your name here