ଏକ ବଡ ଧରଣର ଅଘଟଣରୁ ବର୍ତ୍ତିଲା ଟ୍ରେନ | ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଂଚିଯାଇଛି ବହୁ ଯାତ୍ରୀଙ୍କ ଜୀବନ | ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ନିକଟରେ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛି ଡିଏମୟୁ ଟ୍ରେନ ଟ୍ରେନ । ବାଦାମପାହାଡ଼ ଦ୍ବିତୀୟ ଡିଏମୟୁ ଟ୍ରେନ ନମ୍ବର ୧୮୪୦୯ ଗୋରୁମହିଷାଣୀ ଷ୍ଟେସନ ଆସୁଥିବା ସମୟରେ ଷ୍ଟେସନ ପହଞ୍ଚିବାର ୨ କି.ମି ପୂର୍ବରୁ ସାନମଉଦା ନିକଟରେ ରେଳ ଧାରଣାଟି ଦୁଇଖଣ୍ଡ ହୋଇଯାଇଥିଲା । ତେବେ ଟ୍ରେନର ଡ୍ରାଇଭର ଏସ.କେ ହେମ୍ବ୍ରମ ଓ ଏସ. ସୋରେନ ଧାରଣାଟି ଦୁଇ ଖଣ୍ଡ ହେଇଯାଇଥିବା ଦେଖି ଟ୍ରେନ ଟିକୁ ଅଟକାଇ ଦେଇଥିଲେ | ଫଳରେ ଏକ ବଡ ଅଘଟଣ ଘଟୁ ଘଟୁ ରହିଯାଇଥିଲା | ସେପଟେ ରେଳ ଧାରଣାର ମରାମତି କାମ ସରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ବେଳେ, ଯାତ୍ରୀମାନେ ୨ କିମି ପାଦରେ ଚାଲିଚାଲି ହନ୍ତସନ୍ତ ହୋଇ ଗୋରୁମହିଷାଣୀ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ । ସୂଚନା ଅନୁଯାୟୀ ୧୫ଦିନରୁ ଅଧିକ ହେବ ରେଳ ଧାରଣା ମରାମତି କାର୍ଯ୍ୟ ଚାଲିଛି କିନ୍ତୁ ଅତି ନିମ୍ନମାନର ମନମୁଖୀ କାର୍ଯ୍ୟ ଚାଲୁଥିବାରୁ ରେଳ ଧାରଣାରେ ଏଭଳି ସମସ୍ୟା ଦେଖାଦେଇଛି । ତେବେ ଗତ ରାତ୍ରିରେ ଗୋରୁମହିଷାଣୀ ଲୌହଖଣିରୁ ଏକ ୱାଗନ ଲୁହାପଥର ନେଇ ଟାଟା ନଗର ଯାଉଥିବା ସମୟରେ ରେଳ ଧାରଣାଟି ୨ ଖଣ୍ଡ ହେଇଯାଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here