ଆଜି ରାଜ୍ୟର ୨୯ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୨୧୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧୯୬ ପଜିଟିଭ୍ ମଧ୍ୟରୁ ୧୨୭୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୯୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୧୭୫, ସୁନ୍ଦରଗଡ-୧୪୦, ମୟୂରଭଞ୍ଜ-୧୧୯, ଯାଜପୁର-୧୧୩, ନୂଆପଡା-୧୦୮, ଅନୁଗୁଳ-୧୦୭, ବାଲେଶ୍ୱର-୧୦୪, କଳହାଣ୍ଡି-୯୪, ଜଗତସିଂହପୁର-୮୬, କେନ୍ଦ୍ରାପଡା-୮୨, ବରଗଡ-୮୦, ପୁରୀ-୭୭, ବଲାଙ୍ଗିର ଓ ଝାରସୁଗୁଡାରୁ ୭୧ ଲେଖାଏଁ , ସୁବର୍ଣ୍ଣପୁରରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର-୬୭, ନବରଙ୍ଗପୁର ଓ ଷ୍ଟେଟ୍ ପୁଲରୁ ୫୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଛି । ମୋଟ୍ ସୁସ୍ଥ ହେଲେଣି ୨,୪୧, ୩୮୫, ଏବଂ ଆକ୍ଟିଭ୍ କେସ୍ ରହିଛି ୨୩, ୭୮୬ ।
ସେହିପରି ରାଜ୍ୟରେ ଆଜି ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୨୧କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here