ରାବଣ ପୋଡିକୁ ନେଇ ବି ରାଜନୀତି. ଏରସମାରେ ଦୋକାନ ବଜାର ବନ୍ଦ. ଗାଡି ଚଳାଚଳ ବି. ଏରସମାରେ ଗତ 25 ବର୍ଷ ଧରି ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାବଣ ଦେହରେ ନିଆଁ ଲଗାଉଥିବା ଦାମୋଦର ରାଉତଙ୍କୁ ଏଥରବି ସେ ସୁଯୋଗ ବି ହାତଛଡା କରିବାକୁ ପଡିଲା. ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଦାମଙ୍କ ମଞ୍ଚ ଭାଙ୍ଗି ଦିଆଗଲା. ଏଥିପାଇଁ ଦାମୋଦର ରାଉତ ତୃତୀୟ ମହଲାକୁ ଇଙ୍ଗିତ କରିଥିଲେ. ତେବେ କାଲି ସିନା ରାବଣ ଦେହରେ ନିଆଁ ଲଗେଇ ପାରିଲେନି, ଆଜି କିନ୍ତୁ ଏରସମାରେ ନିଆଁ ଲଗେଇ ଦେଇଛନ୍ତି. ଦାମ ବାବୁ କହିଛନ୍ତି, ଲୋକେ ପ୍ରତିବାଦ କରିଛନ୍ତି. ଏରସମାରେ ଦୋକାନ ବଜାର ବନ୍ଦ ରହିଛି. ଶହେ ଘରିଆ ଗ୍ରାମ୍ୟ କମିଟି ପକ୍ଷରୁ ଏରସମା ବନ୍ଦ ଡାକରା ଦିଆଯାଇଛି. ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି. ଗତକାଲି ଦାମ ରାଉତ ସରକାରରେ ମାଳ ମାଳ ରାବଣ, ନବୀନ ତାର କ୍ୟାପଟେନ ବୋଲି କଟାକ୍ଷ କରିଥିଲେ.