କଟକର ଚା ବିକ୍ରେତା ଡି.ପ୍ରକାଶ ରାଓଙ୍କୁ ଅନେକ ପ୍ରଶଂସା କରିଛନ୍ତି କ୍ରିକେଟର ଭି.ଭି.ଏସ ଲକ୍ଷ୍ମଣ. ଡି.ପ୍ରକାଶ ରାଓ ହେଉଛନ୍ତି କଟକର ଜଣେ ଚା ବିକାଳୀ. ଅର୍ଥ ଅଭାବରୁ ସେ ବେଶି ପଢିନପାରି ଗତ 54 ବର୍ଷ ହେବ କଟକରେ ଚା ବିକ୍ରି କରୁଛନ୍ତି. ତେବେ ପ୍ରକାଶ ଚା ବିକ୍ରି କରୁଛନ୍ତି ସତ, ହେଲେ ଗରିବ ପିଲାଙ୍କୁ ନେଇ ମନରେ ଅଛି ଅନେକ ସ୍ୱପ୍ନ. ସେ ନିଜେ ପଢିପାରିଲେନି ବୋଲି ଗରିବ ପିଲାଙ୍କୁ ଆଗାମୀ ଦିନର ଭବିଷ୍ୟତ କରି ଗଢି ତୋଳିବାକୁ ଶପଥ ନେଇଛନ୍ତି . ସେଥିପାଇଁ ସାମାଜିକ କାର୍ଯ୍ୟରେ ସାମିଲ ହେବା ସହ ବସ୍ତି ପିଲାଙ୍କ ପାଇଁ କିଛି କରିବାର ସ୍ୱପ୍ନ ଦେଖିଛନ୍ତି ଡି.ପ୍ରକାଶ .  ପ୍ରକାଶଙ୍କ ବିଚାର, ଭାବନା ଓ ନିଃସ୍ୱାର୍ଥପରତାର କର୍ତ୍ତ୍ୟବକୁ ଟ୍ୱିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ଭି.ଭି.ଏସ ଲକ୍ଷ୍ମଣ . ତେବେ ବର୍ତ୍ତମାନ ପ୍ରକାଶ ପାଖାପାଖି 70-75 ପିଲାଙ୍କୁ ପାଠପଢାଇବା ସହ ତାଙ୍କୁ ମାଗଣାରେ ଖାଇବା ମଧ୍ୟ ଦେଉଛନ୍ତି. ଭବିଷ୍ୟତରେ ସେମାନଙ୍କୁ ନେଇ ଅନେକ ଆଶା ରଖିଛନ୍ତି ଡି.ପ୍ରକାଶ ରାଓ.

 

LEAVE A REPLY

Please enter your comment!
Please enter your name here