ପୁଣି ଓଡିଶାର ଟେକ ରଖିଲେ ଓଡିଆ ଝିଅ । ଓଡିଆ ବୈଜ୍ଞାନିକ ଜ୍ୟୋର୍ତିିମୟୀ ଦାଶଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର । ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି ଜ୍ୟୋତିର୍ମୟୀ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ କାଉନସିଲ ଫର ସାଇଣ୍ଟିଫିକ ଇଣ୍ଡଷ୍ଟ୍ରିଆଲ ରିସର୍ଚ ବା ସିଏସଆଇଆରର ପ୍ରତିଷ୍ଠା ଦିବସରେ ଘୋଷଣା କରାଯାଇଛି । ଜଗତସିଂହପୁର ଜିଲ୍ଲା ମାଣପୁର ପାଲଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଦାଶଙ୍କ ଝିଅ ଜ୍ୟୋତିର୍ମୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଥିବାବେଳେ ଆଇଆଇଟି କାନପୁରରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଏହି ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ପ୍ରଥମ ଓଡିଆ ମହିଳା ବୋଲି ସୂଚନା ମିଳିଛି । ପଦାର୍ଥ ବିଜ୍ଞାନ. ରସାୟନିକ ବିଜ୍ଞାନ ,ଗଣିତ, ଜୀବ ବିଜ୍ଞାନ, ପରିବେଶ ବିଜ୍ଞାନ ସହ ଚିକିତ୍ସା ଓ ଇଞ୍ଚିନିୟରିଂ କ୍ଷେତ୍ରରେ ୪୫ ବର୍ଷରୁ କମ ବୟସର ଭାରତୀୟ ବୈଜ୍ଞାନିକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here