ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ସନ୍ତୋଷ ଖଟୁଆ ଟିକେଟ ପାଇବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସନ୍ତୋଷ ପୂର୍ବରୁ ବିଜେପି ପକ୍ଷରୁ ୨୦୧୪ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ସନ୍ତୋଷଙ୍କୁ ନିଲମ୍ବିତ କରିଥିଲା । ନିଲମ୍ବିତ ପରେ ସନ୍ତୋଷ ସେନା ନାମରେ ସଂଗଠନ କରି ନିର୍ବାଚନମଣ୍ଡଳୀରେ ବିଭିନ୍ନ ଅଞ୍ଚଳରେ ସଭାସମିତି କରିଥିଲେ । ପରବର୍ତ୍ତୀ ସମୟରେ ତଥା ଶେଷ ପର୍ଯ୍ୟାୟରେ ବିଜେଡିରେ ସାମିଲ ହୋଇଥିଲେ ସନ୍ତୋଷ ।  ନିକଟରେ ବିଜେଡିର ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here