ମମିତା ମେହେର ହତ୍ୟାକାଣ୍ଡରେ ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଅହୋରାତ୍ର ଧାରଣା । ଗତକାଲିଠାରୁ ରାଜଭବନ ସାମ୍ନାରେ ଯୁବ କଂଗ୍ରେସ ଦୁଇ ଦିନିଆ ଅହୋରାତ୍ର ଧାରଣା ଦେଇଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ଏହି ଆନ୍ଦୋଳନ କରୁଛି । ସେପଟେ ମମିତାଙ୍କ ଆତ୍ମାର ସଦଗତି ପାଇଁ ଆଜି ଦିନ ୧୧ ଟାରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାଶ । ତା ସହିତ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ ପ୍ରଦର୍ଶନ ପୂର୍ବକ ଜନତା କର୍ଫ୍ୟୁ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଭକ୍ତ ଦାଶ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here