ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅର ଜୀବନ | ଖଲ୍ଲିକୋଟ ଥାନା ବାକୁଟ ଗାଁରେ ଘଟିଛି ଏହି ଅଘଟଣ | ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ମା | ମୃତ ପୁଅ ନାରାୟଣ ନାହାକ ଓ ମା ସଜନୀ ନାହାକ | ନାରାୟଣ କୌଣସି କାରଣ ବସତଃ ନିଜ ଘରେ କାମ କରୁଥିବା ବେଳେ, ବିଦ୍ୟୁତ ଆଘାତ ଲାଗିଥିଲା | ସେପଟେ ପୁଅକୁ ଏପରି ଅବସ୍ଥାରେ ଦେଖି ନିଜକୁ ନ ସମ୍ଭାଳି ପାରି ବଞ୍ଚାଇବାକୁ ଚାଲିଯାଇଥିଲେ ସଜନୀ | ଫଳରେ ଦୁଇ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ | ସେପଟେ ଏନେଇ ଗାଁ ଲୋକ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ମାତ୍ର ସେଠାରେ ଥିବା କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ | ଏଭଳି ଦୁଖଦ ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଗାଁରେ ସୁକାକୂଳ ପରିବେଶ ଖେଳି ଯାଇଛି | ନାରାୟଣ ଜଣେ ଦୈନିକ ଶ୍ରମିକଭାବେ ପରିବାରର ପ୍ରତିପୋଷଣ କରୁଥିବା ବେଳେ, ଏବେ ତାଙ୍କ ମୃତ୍ୟୁ ପରେ ବିଧବା ସ୍ତ୍ରୀ ଓ ଛଅ ମାସର ପୁଅ ଟିଏ ଅଛନ୍ତି | ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି |

LEAVE A REPLY

Please enter your comment!
Please enter your name here