କଟକରେ ଦିନକୁ ଦିନ କରୋନା ଉପରମୁହାଁ ହେବାରେ ଲାଗିଛି । ଆଜି ହଜାର ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା । କଟକରେ କରୋନା ଗୋଷ୍ଠୀ ସଙ୍କ୍ରମଣ ଭଳି ପରିସ୍ଥିତି ଆସିଗଲାଣି । ତେବେ ଏକଥା ଆଇସିଏମଆର ବୈଜ୍ଞାନିକମାନେ ସ୍ଥିର କରିବେ ବୋଲି ନୋଡାଲ ଅଧିକାରୀ କହିଛନ୍ତି । ୫/୬ ଦିନ ଭିତରେ ସଙ୍କ୍ରମଣ ପିକ୍‌କୁ ଆସିଯିବ । ତା ପରେ ସଂଖ୍ୟା ଧିରେ ଧିରେ କମିବ ବୋଲି କହିଛନ୍ତି ନୋଡାଲ ଅଧିକାରୀ । କଟକକୁ ବାହାରୁ ଅଧିକ ଲୋକ ଆସୁଥିବାରୁ ସଙ୍କ୍ରମଣ ବଢୁଛି । କଟକରୁ ଆଜି ୧୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here