ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା.ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ. ଶ୍ରମଯୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା ଗରିବ ଲୋକର ଜୀବନକୁ ପରିବର୍ତନ କରିପାରିବ. ଭାରତ ସରକାରଙ୍କ ଛୋଟ ପଦକ୍ଷେପ ସମାନ୍ୟ ଲୋକର ଜୀବନରେ ବଡ ପରିବର୍ତନ ଆଣିପାରିବ ବୋଲି ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଏହି ଯୋଜନା ମାଧ୍ୟମରେ ରିକ୍ସା ଚାଳକ, ଉଠା ଦୋକାନୀ, ମଧ୍ୟାହ୍ନ ଭୋଜନ ଶ୍ରମିକ, ଇଟା ଭାଟିରେ କାମ କରୁଥିବା ଶ୍ରମିକ ଯୋଜନାର ଲାଭ ଉଠାଇପାରିବେ. ଏଥିପାଇଁ ସେମାନଙ୍କ ବୟସ 18ରୁ 40 ବର୍ଷ ଭିତରେ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କ ମାସିକ ଆୟ 15 ହଜାର କିମ୍ବା ତା ଠାରୁ କମ ହୋଇଥିବା ଆବଶ୍ୟକ. ପିଏମଏସୱାଇ ଯୋଜନାରେ ନାମ ପଞ୍ଜିକରଣ ପାଇଁ ପ୍ରଥମେ ଜଣେ ବ୍ୟକ୍ତିକୁ ନିଜ ଆଧାରକାର୍ଡ , ଜନ ଧନ ଜମା ଖାତାକୁ ନେଇ ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯିବାକୁ ପଡିବ. ପ୍ରଥମ ଅଂଶଦାନ ନଗଦ ଆକାରରେ ନେବାକୁ ପଡିବ ଓ ତା ପରେ ବ୍ୟାଙ୍କରୁ ପର୍ଯ୍ୟାୟକ୍ରମେ ଆପେ ଆପେ କଟିବ.

LEAVE A REPLY

Please enter your comment!
Please enter your name here