ମୟୁରଭଞ୍ଜ : ପୁଣି ଲାଗିଲା ଖାକିରେ କଳଙ୍କ । ଡ୍ୟୁଟି ସମୟରେ ପୁଲିସ କନେଷ୍ଟବଳଙ୍କ ମଦପିଇ ଉନ୍ମତ୍ତକାଣ୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ହିଙ୍ଗୁଳା ଯାତ୍ରା ସମୟରେ । ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ପୁଲିସ କନେଷ୍ଟବଳ ଜଣକ ମେଳାରେ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଥିଲେ । ମାତ୍ର ଶୃଙ୍ଖଳା ରକ୍ଷା କରିବେ କଣ, ନିଶାସକ୍ତ ଅବସ୍ଥାରେ ଦେଖାଇଥିଲେ ଦବଙ୍ଗଗିରି । ସର୍ବସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଖୋଦ ପୁଲିସ କର୍ମଚାରୀ । ଏଭଳି ଭାଷା କହୁଥିଲେ, ଯାହା ଶୁଣାଇବା ମୁସ୍କିଲ୍ । ସୋସିଆଲ ମିଡିଆରେ ଭିଡିଓଟି ଏବେ ଭାଇରାଲ ହେଉଛି । ଦେଖନ୍ତୁ ଏହି ଭିଡିଓ ଯେଉଁଥିରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଖାକି ପିନ୍ଧା ପୁଲିସ କର୍ମଚାରୀ । କନେଷ୍ଟବଳ ମଦପିଇ ମାତାଲ ହୋଇ ନିଜର ସାର୍ଟ ଖୋଲି ଦେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଏବଂ କିଛି ସାଧାରଣ ଲୋକେ ତାଙ୍କୁ ସାର୍ଟ ପିନ୍ଧାଇବାକୁ ଚେଷ୍ଟା କରୁଛନ୍ତି । ମଦୁଆ କନେଷ୍ଟବଳଙ୍କ ଜଣକ ହେଉଛନ୍ତି ଗଗନ ବିହାରୀ ନାୟକ । ମୟୁରଭଞ୍ଜ ଜିଲ୍ଲା OAPF ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ଗତବର୍ଷ ବେକାର ଯୁବକଙ୍କୁ ଚାକିରୀ ସ୍କିମ୍ ରେ ସେ ଚାକିରୀ ପାଇଥିଲେ । ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ଏକାଧିକ ମାମଲା ରହଛିି । ତେବେ କର୍ତ୍ତବ୍ୟରତ ପୁଲିସଙ୍କର ଏଭଲି କାଣ୍ଡ ସେଠାକାର ଲୋକଙ୍କୁ ଚକିତ କରିଛି । ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେତନଟୀ SDPO ଲଳିତ କୁମାର ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here