ତେଲରୁ ଭାଟ କମାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମାଷ୍ଟର କ୍ୟାଣ୍ଟିନରେ ଭଜପା ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କହିବାକୁ ଗଲେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଟାର୍ଗେଟ କରିଛନ୍ତି ଭାଜପା କର୍ମୀମାନେ । ତେଲ ଦରରୁ ଭାଟ କମ କରିବାକୁ ଦାବି ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମୀ । ରାଜ୍ୟ ସରକାରଙ୍କୁ ତେଲରୁ ଭାଟ କମାଇବା ପାଇଁ କେନ୍ଦ୍ରରୁ ନିଦେ୍ର୍ଦଶ ଆସିଥିବାବେଳେ ଓଡିଶା ସରକାର ତର୍ଜମା କରିବେ ବୋଲି କହିଥିଲେ ।ସୁଚନାଅନୁସାରେ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତୈଳଦର ୨ଟଙ୍କା ୫୦ ପଇସା ହ୍ରାସ କରିଥିଲେ । ଏହାପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଦର ହ୍ରାସ ପାଇଁ ଅପିଲ କରିଥିଲେ । ଏହାପରେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here