ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା.  ପୁରୀ ଲୋକସଭା ଆସନରୁ ମୋଦି ଲଢିବା ଲାଗି ରାଜ୍ୟ ବିଜେପି ପ୍ରସ୍ତାବ ଦେବ ବୋଲି ସେ କହିଛନ୍ତି । ତେବେ ପ୍ରସ୍ତାବ ସଂପର୍କରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୨୦୧୪ ନିର୍ବାଚନରେ ଉତ୍ତର ଭାରତରେ ବିଜେପିକୁ ଭଲ ସଫଳତା ମିଳିଥିଲା । ଏମିତିକି ମୋଦି ତାଙ୍କ ପାରମ୍ପରିକ ଆସନ ବଡଦୋରା ସହ ଉତ୍ତରପ୍ରଦେଶର ବାରଣାସୀ ଆସନରୁ ଲଢିଥିଲେ । ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ମିଳିଥିଲା ୭୧ ଆସନ । ଉତ୍ତରଭାରତ ପରେ ଏବେ ବିଜେପି ଟାର୍ଗେଟରେ ରହିଛି ପୂର୍ବଭାରତ । ଆଗାମୀ ବିଧାନସଭାରେ ୧୨୦ ଆସନ ଜିତିବାକୁ ମନ୍ତ୍ର ଫୁଙ୍କିଛନ୍ତି ସଭାପତି ଅମିତ ଶାହ । ଏଭଳି ସ୍ଥିତିରେ ମୋଦି ପୁରୀରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କଲେ ଦଳ ଲାଭବାନ ହେବ ବୋଲି ବିଜେପି ଅନୁମାନ କରୁିଛି । ଏହାକୁ ନଜରରେ ରଖି ରାଜ୍ୟ ବିଜେପି ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ । ତେବେ ଏ ବାବଦରେ ଶେଷ ନିଷ୍ପତ୍ତି ନେବ ବିଜେପି ସଂସଦୀୟ ବୋର୍ଡ । ଯଦି ଏହା ହୁଏ, ପୂର୍ବ ଭାରତରେ ବିଜେପି ନିଜକୁ ସୁଦୃଢ କରିବା ପାଇଁ ଅଧିକ ସମୟ ଦେଇପାରିବ. ବିଜେପି ବହୁ ପୂର୍ବରୁ ପୂର୍ବ ଭାରତ ଉପରେ ଆଖି ପକେଇଛି ଏବଂ ସେଥିପାଇଁ ରଣକୌଶଳ ମଧ୍ୟ ଗ୍ରହଣ କରିସାରିଛି.

LEAVE A REPLY

Please enter your comment!
Please enter your name here