ବନ୍ଦ ହେବନି ମହାପ୍ରଭୁଙ୍କ ରୀତିନୀତି I କରୋନା କଟକଣା ଭିତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା I କମ୍ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ I କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନକୁ ନଜରରେ ରଖି ଅଳ୍ପ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ଶଙ୍କରାଚାର୍ଯ୍ୟଙ୍କୁ ଦିଆଗଲା ପ୍ରସ୍ତାବ I ପୁଣିଥରେ ଗଜପତି ଓ ଶଙ୍କରାଚାର୍ଯ଼୍ୟଙ୍କ ଉପସ୍ଥିତିରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି I ଦୀର୍ଘ ସମୟ ଧରି ରଥଯାତ୍ରା ବୈଠକ ବସିବା ପରେ ଯଦିଓ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନ ଥିଲା, ମାତ୍ର ଅଧିକାଂଶ ସେବାୟତ ଓ ନିଯୋଗ ରଥଯାତ୍ରା କରିବା ଉପରେ ମତ ଦେଇଥିଲେ I ଲକ୍ ଡାଉନ୍ ନିୟମ ମାନିବାକୁ ପଡିବ ଏବଂ ମାନବ ସମାଜକୁ ବିପଦରେ ପକାଇ କିଛି ଧାର୍ମିକ କାର୍ଯ୍ୟ କରାଯାଇପାରିବ ନାହିଁ I ତେଣୁ ମେ 3 ତାରିଖ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଗଜପତି ମହାରାଜ ସ୍ପଷ୍ଟ କରିଦେଇଛନ୍ତି I ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି, ଆମକୁ ଲକ୍ ଡାଉନ୍ ନିୟମ ମାନିବାକୁ ପଡିବ I ତେଣୁ ମେ 3 ତାରିଖ ପୂର୍ବରୁ ନିୟମ ଅନୁଯାୟୀ ମନ୍ଦିର ବାହାରେ କୌଣସି ପର୍ବ ପାଳନ ହୋଇପାରିବ ନାହିଁ I ତେଣୁ ଅକ୍ଷୟ ତୃତୀୟା କେମିତି ପାଳନ ହେବ, ସେ ନେଇ ପ୍ରସ୍ନବାଚୀ ସୃଷ୍ଟି ହୋଇଛି I ଶ୍ରୀମନ୍ଦିର ପରଂପରାର ବିଧି ରକ୍ଷା ପାଇଁ କଣ ନିଷ୍ପତ୍ତି ନିଆଯାଇପାରିବ, ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ମଠରେ ଅନୁଷ୍ଠିତ ବୈଠକରେ ସ୍ଥିର ହେବ ବୋଲି ସେ କହିଛନ୍ତି I

LEAVE A REPLY

Please enter your comment!
Please enter your name here