କରୋନା ଭାଇରସକୁ ରୋକିବା ପାଇଁ ପ୍ଲାଜମା ଥେରାପି । ଦିଲ୍ଲୀରେ ୪ ଜଣ ରୋଗୀଙ୍କ ଉପରେ ଏହି ଥେରାପି ପ୍ରୟୋଗ କରାଯାଇଛି । ରୋଗୀମାନଙ୍କ ଉପରେ ଏହି ଥେରାପି ଭଲ ପ୍ରଭାବ ପଡୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ୧୦ରୁ ୧୫ ଦିନ ମଧ୍ୟରେ ରୋଗୀମାନେ ସୁସ୍ଥ ହୋଇପାରିବେ । କରୋନା ପାଇଁ କୌଣସି ଟୀକା କିମ୍ବା ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହି ପଦ୍ଧତିରେ କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ନେଇ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଦିଲ୍ଲୀ ସମେତ ୫ଟି ରାଜ୍ୟ କେରଳ, କଣ୍ଟାଟକ ଏବଂ ଗୁଜୁରାଟ ପଞ୍ଜାବରେ ଏହି ଥେରାପିର ପ୍ରୟୋଗ ଚାଲିଛି ।

LEAVE A REPLY

Please enter your comment!
Please enter your name here