ରଜ ପାଇଁ ସାରା ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଥାନ୍ତା I ପିଠାପଣାର ମହକ ସାଙ୍କକୁ ଦଳ ଦଳ ହୋଇ ଦୋଳି ଖେଳୁଥାନ୍ତେ ଝିଅବୋହୁ ମାନେ I ମାତ୍ର କରୋନା ପାଇଁ ଓଡିଶାର ଏଇ ନିଆରା ପରଂପରା ନିରବି ଯାଇଛି I ଘରେ ଘରେ ଯଦିଓ ପିଠାପଣାର ମହକ ଦେଖିବାକୁ ମିଳିଛି, ମାତ୍ର ରଜ ପାଳନର ଖୁସିକୁ ମଉଳାଇ ଦେଇଛି କରୋନା I ତା ସାଙ୍ଗକୁ ସଜବାଜ ଓ ପହିଲି ରଜ ବାର ସଟ୍ ଡାଉନରେ ପଡିଥିବାରୁ କେହି କୁଆଡେ ବାହାରକୁ ଯିବା ସମ୍ଭବ ହୋଇନି I ସାମାଜିକ ଦୂରତ୍ବ ସାଙ୍ଗକୁ ମୁହଁରେ ମାସ୍କ ଭିଡିବାର କଟକଣା ରଜ ପାଳନକୁ ପୁରା ପାଣିଚିଆ କରିଦେଇଛି I ଝିଅଙ୍କର ରଜ ମଉଜକୁ ଛଡାଇ ନେଇଛି କରୋନା I ତେବେ ନିଜ ବାରି ବଗିଚାରେ କେହି କେହି ଦୋଳି ବାନ୍ଧି ରଜର ମଜା ଉଠାଇଛନ୍ତି I

LEAVE A REPLY

Please enter your comment!
Please enter your name here