କରୋନା ମୁକାବିଲାରେ ଦିଲ୍ଲୀର ଆପ୍ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପରିସ୍ଥିତିର ସମୀକ୍ଷା କରିଛନ୍ତି I ଗୃହ ମନ୍ତ୍ରଣାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଯୋଗ ଦେଇଥିଲେ I ଆସନ୍ତା ସପ୍ତାହକ ମଧ୍ୟରେ ଆଉ 20 ହଜାର କୋଭିଡ ବେଡ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି I 10 ରୁ 49 ବେଡ୍ ଥିବା ସହରର ଛୋଟ ଛୋଟ ନର୍ସିଂ ହୋମକୁ କିଲ୍ଲୀ ସରକାର କୋଭିଡ୍ ନର୍ସିଂ ହୋମ୍ ଘୋଷଣା କରିଛନ୍ତି I ଏହାସତ୍ତ୍ବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ସେଥିପାଇଁ ଉଦବେଗ ପ୍ରକାଶ ପାଇବା ସହ ମୁକାବିଲା ପାଇଁ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାର ଆବଶ୍ୟକ ରହିଛି I ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିବା ସହ କଣ ପାଇଁ ଦୈନିକ ପରୀକ୍ଷା ବୃଦ୍ଧି ପାଉନି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ I ଏପରିକି ଅଳିଆଗଦାରୁ ଜଣେ ରୋଗୀଙ୍କ ମୃତଦେହ ବାହାରିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ଅଦାଲତ I

LEAVE A REPLY

Please enter your comment!
Please enter your name here