ଝିଅର ଶବ ପାଖରେ ବାହୁନି ବାହୁନି କାନ୍ଦୁଛି ମା । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଂଡ । କୁଆଁରୀ ଝିଅକୁ ହରାଇ ଯେମିତି ନୀରବି କାନ୍ଦୁଛି ଗାଁ । ରୁକ୍ମୁଣୀଙ୍କ ମୃତ ଦେହ ରବିବାର ଗାଁରେ ପହଂଚିବା ବେଳକୁ ଏମିତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶନିବାର ରାତିରେ ଛାତ୍ରୀ ନିବାସରୁ ଉଦ୍ଧାର ହୋଇଥିଲା ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ । ମୃତ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଝାରପୋଖରିଆ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ । ମାତ୍ର ଅଧ୍ୟାପିକାଙ୍କ ଅଭିଯୋଗ ଉପରେ ପୋଲିସ ପଦକ୍ଷେପ ନେବା ବିଳମ୍ବ କରିଥିଲା । ଏହି ଘଟଣାକୁ ନେଇ ସେ ମାନସିକ ଚାପରେ ଥିବାବେଳେ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଜିଲ୍ଲା ଏସପି ତଦନ୍ତ ଅଧିକାରୀ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ଥାନା ଆଇଆଇସିଙ୍କୁ ନିଲମ୍ବନ କରିଛନ୍ତି । ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନ୍ୟାୟ ନ ପାଇ ଝିଅ ମରିଗଲା, ମୁଁ ଯଦି ନ୍ୟାୟ ନ ପାଇବି, ମରିଯିବି ବୋଲି କହିଛନ୍ତି ପୀଡିତାଙ୍କ ମାଆ ।