ରାତି ପ୍ରାୟ ୨ଟା ୪୫ ମିନିଟ୍ । ଘର ଭିତରେ ପଶିଲେ ୧୨ରୁ ୧୫ଜଣ ଲୁଟେରା । ହାତରେ ଥିଲା ଖଣ୍ଡା ଓ ଭୁଜାଲି । ଘରେ ଥିବା ଛୋଟ ପିଲାର ବେକରେ ଛୁରି ଲଗାଇ ପରିବାରର ଅନ୍ୟ ସମସ୍ତଙ୍କ ହାତ ଗୋଡ ବାନ୍ଧିଦେଲେ ଲୁଟେରା । କେଇ ମିନିଟ୍ ଭିତରେ ଘରୁ ସୁନା ଅଳଙ୍କାର ସହ ଦାମୀ ଆସବାବ ପତ୍ର ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଲୁଟେରା । ଘଟଣା ଘଟିଛି ଭୁବନେଶ୍ୱର କାନନବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ । ୨୫୦ ଗ୍ରାମ ସୁନା ଅଳଙ୍କାର ସହ ୫୦ରୁ ୬୦ ହଜାର ଟଙ୍କା ଏବଂ ଦାମୀ ଆସବାବ ପତ୍ର ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here