ଅସୁସ୍ଥ କାଳିଆ | ଭେଣ୍ଟିଲେଟରରେ ରଖାଯାଇ କାଳିଆର ଚାଲିଛି ଚିକିତ୍ସା | ବିଶେଷଜ୍ଞ ଡାକ୍ତରୀ ଦଳ କାଳିଆର ଚିକିତ୍ସା ନିମନ୍ତେ ଲାଗିପଡିଛନ୍ତି | କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା ଓ କାଳିଆ | ଗତକାଲି ରାତିରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି |
ସୂଚାନଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ | ୨୦୧୭ ଜୁଲାଇ ୧୪ ତାରିଖରେ ରାଜ୍ୟ ସରକାରଙ୍କ ସହାୟତା କ୍ରମେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଥିଲେ ଜଗା ଓ କାଳିଆ | ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା | ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରିଥିଲେ | ଦୀର୍ଘ୨ ବର୍ଷ କାଳ ଦିଲ୍ଲୀ ଏମସ୍ରେ ରହିବା ପରେ ଓଡିଶା ଫେରିଥିଲେ ଜଗା ଓ କାଳିଆ |