ରାଜ୍ୟରେ ପୁଣି ୩ ହଜାର ଉପରେ କରୋନା ସଙ୍କ୍ରମଣ । ୨୪ ଘଣ୍ଟାରେ ୩୦୮୭ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ୭୪ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୍ଣଙ୍କ୍ମୃ ପଜିଟିଭିଟି ହାର ୪ ଦଶମିକ ୧୭ ପ୍ରତିଶତ ରହିଛି । ସର୍ବାଧିକ ସଙ୍କ୍ରମିତ ତାଲିକାରେ ପ୍ରଥମରେ ଖୋର୍ଦ୍ଧା ରହିଥିବାବେଳେ ୫୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୬୨, ଯାଜପୁର-୨୦୫, ବାଲେଶ୍ୱର-୨୪୬, ପୁରୀରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୧୧୦, ମୟୂରଭଞ୍ଜରୁ ୧୫୪, ଭଦ୍ରକ-୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୯ ଲକ୍ଷ ୧୨ ହଜାର ୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଥମିବାର ନା ନେଉନାହିଁ ମୃତ୍ୟୁ ସଂଖ୍ୟା । ଆଜି ୪୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ ଏବଂ ନୟାଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here