ଉଦଘାଟିତ ହୋଇଛି କୋଭିଡ କିଓସ୍କୋ କେନ୍ଦ୍ର । କରୋନା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଓ କରୋନା ପ୍ରତିରୋଧକ ସାମଗ୍ରୀ ବିକ୍ରୀ କରିବା ଏହି କିଓସ୍କୋ କେନ୍ଦ୍ରର ଲକ୍ଷ୍ୟ । ଯେମିତିକି ମାସ୍କ, ହ୍ୟାଣ୍ଡୱାସ, କାଢା ପ୍ରସ୍ତୁତ ସାମଗ୍ରୀ ସହ ବିଭିନ୍ନ ସ୍ୱୟଂ ସହାୟକ ସଂଘ ଓ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ସୁଲଭ ଦରରେ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ । ପୁରୀ ଆଚାର୍ଯ୍ୟ ହରିହର ଛକ ନିକଟରେ ଏହି କେନ୍ଦ୍ର ଉଦଘାଟିତ ହୋଇଛି । ଜିଲ୍ଲା ପରିଷଦ ଅଧକ୍ଷ୍ୟ ଶ୍ରୀ ଜ୍ୟୋତିର୍ମୟୀ ଦଳାଇ ଉଦଘାଟିତ କରିଛନ୍ତି । ଜିଲ୍ଲା ପ୍ରଶାସନ ସହାୟତାରେ ଓରମାସ ପକ୍ଷରୁ ଏହି କେନ୍ଦ୍ର ପ୍ରାଥମିକ ଭାବେ ଏମ ମାସ ଧରି ଚାଲିବ । । ଏହି ଉଦଘାଟନ ସମାରୋହରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୀତି ରଞ୍ଜନ ସେନ, ଓରମାସ ଡେପୁଟି ସିଇଓ ଶ୍ରୀ ପ୍ରଶାନ୍ତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ପୁଷ୍ପାଞ୍ଜଳି ମହାପାତ୍ର , ଓରମାସର ଶ୍ରୀ ବିଜୟ କୁମାର ଛାଟୋଇ , ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ
ପୁରୀରୁ ଶାନ୍ତିଲତା ମହାପାତ୍ରଙ୍କ ରିପୋର୍ଟ ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here