ରାୟଗଡା ଜିଲ୍ଲା ଗୁଣପୁର ଅନ୍ତର୍ଗତ ଉକୁମ୍ବାଗୁଡା ଗାଁରେ ଘଟିଥିବା ଟ୍ରିପଲ ମର୍ଡରରେ ଶୁକ୍ରବାର ପୋଲିସ 9 ଜଣଙ୍କୁ ଗିରଫ କରିଛି. ସେମାନଙ୍କ ମଧ୍ୟରେ 6 ଜଣ ପୁରୁଷ ଥିବା ବେଳେ 3 ଜଣ ମହିଳା ଅଛନ୍ତି. ସୂଚନା ଅନୁସାରେ, ଗତ 23 ତାରିଖ ଦିନ ଉକୁମ୍ବା ଗାଁରେ ଦମ୍ପତି ଗୋପାଳ ଶବର ଓ ଲକ୍ଷ୍ମୀ ଶବରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା. ଏହାସହ ଜଣେ ବୃଦ୍ଧା ଜାଙ୍କେଲି ଶବରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା, ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ସମସ୍ତ ଶବର ହାଡ ଓ ପାଉଁଶକୁ ପୋଖରୀରେ ଫିଙ୍ଗି ଦେଇଥିଲେ. ଏହାକୁ ନେଇ ଥାନାରେ ଅଭିଯୋଗ ପରେ  ପୋଲିସ ତନାଘନା ଆରମ୍ଭ କରିଦେଇଥିଲା. ଫଳରେ ଆଜି ଏହାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି.

LEAVE A REPLY

Please enter your comment!
Please enter your name here