ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ । ଲାଗିବ ମାଇକ୍ରୋ ଚିଫ୍ । ଯଦି କୁକୁର କାହାକୁ ଆକ୍ରମଣ କରେ ତେବେ ମାଲିକ ତଣ୍ଡ ଗଣିବେ । ଆବଶ୍ୟକ ପଡିଲେ ପଞ୍ଜିକରଣ ବାତିଲ କରାଯିବ । କୁକୁର ରଖିବା ପୂର୍ବରୁ ବିଏମସିରେ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଞ୍ଜିକରଣ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିପାଇଁ ମାଲିକଙ୍କୁ ୫୦୦ ଦେବାକୁ ପଡିବ । ଏହାପରେ ବିଏମସି ପକ୍ଷରୁ ମିଳିବ ଏକ ଟ୍ୟାଗ୍ । ସେଥିରେ ମାଲିକଙ୍କ ନାଁ ସହିତ ସମ୍ପୂର୍ଣ୍ଣ ତଥ୍ୟ ରହିବ । ଜଣେ ମାଲିକ ସର୍ବାଧିକ ଦୁଇଟି କୁକୁର ରଖିପାରିବେ । ଯଦି ମାଲିକ କୁକୁରକୁ ବାହାରକୁ ବୁଲାଇନେବେ ତେବେ ଚେନ୍‌ରେ ବାନ୍ଧିବା ବାଧ୍ୟତାମୂଳକ । ପାର୍କ, ରେଷ୍ଟୁରାଣ୍ଟ, ଜିମ ଓ ମଲକୁ କୁକୁର ନେବା ଉପରେ ବାରଣ ।

LEAVE A REPLY

Please enter your comment!
Please enter your name here